ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ
ସାଧାରଣ ବିତରଣ ବ୍ୟବସ୍ଥା
ସମାଜ ର ଅବହେଳିତ ଲୋକ ମାନଙ୍କର ଖାଦ୍ୟ ଯୋଗାଣ ଏବଂ କ୍ଷୁଧା ପ୍ରବଣ ଅଞ୍ଚଳ ରେ ଖାଦ୍ୟ ଶୃଙ୍ଖଳ ର ଠିକ ପରିଚାଳନା କରିବା ସରକାରଙ୍କର ଏକ ପ୍ରମୁଖ କର୍ତବ୍ଯ ଅଟେ । ଆବହମାନ କାଳ ରୁ ଖାଦ୍ଯ ଆହରଣ କରିବା ମଣିଷ ର ଅହସ୍ତାନ୍ତରଣିୟ ଅଧିକାର ଅଟେ । ସାଧାରଣ ବିତରଣ ବ୍ୟବସ୍ଥା ର ଲକ୍ଷ୍ୟ ହେଉଛି ଅପରିହାର୍ଜ୍ୟ ସାମଗ୍ରୀ ଗୁଡିକୁ ଲୋକମାନଙ୍କୁ ଉଚିତ ଦର ଦୋକାନ ମାଧ୍ୟମ ରେ ଘର କୁ ଘର ବିତରଣ କରିବା ସହିତ ସ୍ବଚ୍ଛତା ଅବଲମ୍ବନ କରିବା ।
ପ୍ରବର୍ତନ
ସାଧାରଣ ବିତରଣ ବ୍ୟବସ୍ଥା ର ସାମଗ୍ରୀ ଗୁଡିକର ବାଟମାରଣା ଓ କାଳବଜାରୀ ରୋକିବା ତଥା ସୂଚାରୁ ରୂପରେ ପ୍ରକୃତ ଖାଉଟି କୁ ସାମଗ୍ରୀ ଗୁଡିକର ସଠିକ ବିତରଣ ର ନିରୀକ୍ଷଣ କରିବା ପାଇଁ ବଲାଙ୍ଗିର ଜିଲ୍ଲା ରେ ଗୋଟିଏ ଜିଲ୍ଲା ସ୍ତରୀୟ ପ୍ରବର୍ତନ ଦଳ ଏବଂ ତିନୋଟି ଉପଖଣ୍ଡ ସ୍ତରୀୟ ପ୍ରବର୍ତନ ଦଳ ଗଠନ କରାଯାଇଛି ଯେଉଁ ଥିରେ ଜଣେ କାର୍ଯ୍ୟନିର୍ବାହୀ ଦଣ୍ଡାଧିକ।ରି ଏବଂ ଖାଦ୍ଯ ସୁରକ୍ଷା ଏବଂ ଖାଉଟି କଲ୍ୟାଣ ବିଭାଗ ର କାର୍ଯ୍ୟନିର୍ବାହୀ କର୍ମଚାରୀ ରହିଛନ୍ତି। ପ୍ରବର୍ତନ ଦଳ ର କାର୍ଯ୍ୟନିର୍ବାହୀ ଦଣ୍ଡାଧିକ।ରି ସମସ୍ତ ସାଧାରଣ ବିତରଣ ବ୍ୟବସ୍ଥା ର ଖୁଚୁରା କେନ୍ଦ୍ର ଗୁଡିକୁ ଯାଇ ସେଗୁଡିକର କୌଣସି କଲବଜ।ରି ନ ହେବାର ନିରୀକ୍ଷଣ କରନ୍ତି , ଯାନବାହାନ ଗୁଡିକରେ କିରୋସିନ କୁ ଇନ୍ଧନ ରେ ବ୍ୟବହାର କରାଯାଉଥିବାର ନିରୀକ୍ଷଣ କରନ୍ତି ତଥା ବିଭିନ୍ନ ହୋଟେଲ ଓ ଢାବା ଗୁଡିକରେ ଘରୋଇ ଏଲପିଜି ସିଲିଣ୍ଡର ର ବ୍ୟବହାରର ତଦାରକ କରିବା ସହିତ ଏଗୁଡିକ ଉପରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଜିଲ୍ଲାପାଳଙ୍କ ଅବଗତି କରାଯାଉଛି ।
ଧାନ ସଂଗ୍ରହ
ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ର ଖାଦ୍ୟ ଏବଂ ସଶ୍ୟ ସଂଗ୍ରହ ପଲିସି ଅନ୍ତର୍ଗତ ୨୦୧୬-୧୭ ବର୍ଷ ପାଇଁ ଧାନ ସଂଗ୍ରହ କରାଯାଇଛି । KMS ୨୦୧୬-୧୭ ପାଇଁ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଧାନ ସଂଗ୍ରହଣ ର ଲକ୍ଷ୍ୟ ବଲାଙ୍ଗିର ଜିଲ୍ଲା ହାସଲ କରିଛି ।
ଖାଉଟି କଲ୍ୟାଣ
ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ଖାଉଟି ମାନଙ୍କ ସଚେତନତା ଓ କଲ୍ଯାଣ ପାଇଁ ଜିଲ୍ଲା କୁ ନିମ୍ନଲିଖିତ କାର୍ଯ୍ୟ ପାଇଁ ଆର୍ଥିକ ଅନୁଦାନ ଦିଆଯାଇଥାଏ ଯାହା ଠିକ ହିସାବରେ କାର୍ଯ୍ୟକ।ରି କରାଯାଉଛି ।
- ଜିଲ୍ଲାସ୍ଥରୀୟ କାର୍ମଶାଳା ର ଆୟୋଜ
- ଜିଲ୍ଲାସ୍ଥରୀୟ ସଂସ୍କୃତିକ ଉତ୍ସବ ର ଆୟୋଜନ
- ଖାଉଟି କଲ୍ୟାଣ
କାର୍ଯ୍ୟକଳାପ
ଜିଲ୍ଲାରେ ଚ।ଳୁଥିବା ସରକାରୀ ଯୋଜନା
ଫେବୃଆରୀ ୨୦୧୩ ରୁ ଟଙ୍କ।ପ୍ରତି ଏକ କିଲୋ ଚାଉଳ ର ବିତରଣ –
ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ର ଅଧିସୂଚନା ନଂ 11642 ତା 17.07.2014 ଅନୁଯାଇ PHH/AAY ପରିବାର କୁ ଜଣ ପ୍ରତି 5kg/35kg ଚାଉଳ ୧ ଟଙ୍କା ଦରରେ ପ୍ରତ୍ୟକ ମାସରେ ବିତରଣ କରାଯାଉଛି । ଏସସି/ଏସଟି ହସ୍ଟେଲ ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ରହୁଥିବା ଅନ୍ତେବାସୀ ମାନଙ୍କୁ ମାସିକ ୧ ଟଙ୍କା ଦରରେ 15KG ଲେଖାଏଁ ଚାଉଳ ଦିଆଯାଉଛି । ସରକାରଙ୍କ ନିୟମ ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଖାଉଟି ମାନଙ୍କୁ ଦିଅ ଯାଉଥିବା ଚାଉଳ, ଗହମ ଓ ଚିନୀ ।
| ଯୋଜନା | ହିତାଧିକାରୀଙ୍କ ସଂଖ୍ୟା | କାର୍ଡ ପ୍ରତି/ଜଣ ପ୍ରତି ମାସିକ ପ୍ରାପ୍ୟ | ଖାଉଟି ମୂଲ୍ୟ |
|---|---|---|---|
| AAY ଚାଉଳ | ୫୨୮୧୩ | କାର୍ଡ ପ୍ରତି ୩୫କେଜି | କିଲୋପ୍ରତି ୧ ଟଙ୍କା |
| PHH ଚାଉଳ | ୩୩୮୭୩୩ | ଜଣ ପ୍ରତି ୫ କେଜି | କିଲୋପ୍ରତି ୧ ଟଙ୍କା |
| ଅର୍ନପୂର୍ଣ। ଚାଉଳ | ୨୫୧୩ | କାର୍ଡ ପ୍ରତି ୧୦ କେଜି | ବିନ। ମୂଲ୍ଯରେ |
| ଏସସି/ଏସଟି ଚାଉଳ | ୭୭୬୪ | ଅନ୍ତେବାସୀ ପ୍ରତି ୧୪.୯୬୧କେଜି | କିଲୋପ୍ରତି ୧ ଟଙ୍କା |
| SSEPD ଚାଉଳ | ୪୩୧ | ଅନ୍ତେବାସୀ ପ୍ରତି ୧୫ କେଜି | କିଲୋପ୍ରତି ୫.୬୫ ଟଙ୍କା |
| W& C. D ଚାଉଳ | ୨୨୦ | ଅନ୍ତେବାସୀ ପ୍ରତି ୮.୫ କେଜି | କିଲୋପ୍ରତି ୫.୬୫ ଟଙ୍କା |
| SME ଚାଉଳ | ୧୩୦୦ | ଅନ୍ତେବାସୀ ପ୍ରତି ୧୫ କେଜି | କିଲୋପ୍ରତି ୧ ଟଙ୍କା |
ଏହି ଯୋଜନା ଗୁଡିକ OSCSC ଦ୍ଵାରା ପରିଚାଳିତ ହେଉଛି ଯାହାକୁ ରାଜ୍ୟ ସରକାର ସରକାରୀ ସହାୟତା କରନ୍ତି । ବିଭାଗୀୟ ସଂରକ୍ଷଣ ବ୍ୟବସ୍ଥା ପରିଚାଳନା ପାଇଁ H&T Contractor (Level-II) ମାନେ ସାଧାରଣ ବିତରଣ ବ୍ୟବସ୍ଥା ର ସାମଗ୍ରୀ ଗୁଡିକୁ RRC-cum-DSC ରୁ ପ୍ରତି ମାସ ସେମାନଙ୍କୁ ସଂଲଗ୍ନ କରାଯାଇଥିବା ଅଂଶର ପରିମାଣ ର ସାମଗ୍ରୀ ର ପରିବହନ କରି ଉଚିତ ଦର ଦୋକାନଗୁଡିକୁ ପହଞ୍ଚାଇଥାନ୍ତି ଯାହାଫଳରେ ପ୍ରତ୍ଯେକ ଘର କୁ ଠିକ ହିସାବରେ ହିତାଧିକାରୀ କୁ ବଣ୍ଟନ କରାହେବ ।
ବ୍ଲକୱାରି ରାସନ କାର୍ଡ ବିତରଣ
| କ୍ରମିକ ନଂ | ବ୍ଲକ/ ପୌରାଞ୍ଚଳ | AAY କାର୍ଡ ସଂଖ୍ୟା | PHH କାର୍ଡ ସଂଖ୍ୟା | ସମୁଦାୟ AAYଓ PHH କାର୍ଡ ସଂଖ୍ୟା | AP କାର୍ଡ ସଂଖ୍ୟା | ବ୍ୟବହୃତ ହେଉଥିବା ର।ସନ କାର୍ଡ ସଂଖ୍ୟା |
|---|---|---|---|---|---|---|
| 1 | ଆଗଲପୁର | 2969 | 21273 | 24242 | 122 | 24364 |
| 2 | ବଙ୍ଗୋମୁଣ୍ଡା | 4460 | 24724 | 29184 | 148 | 29332 |
| 3 | ବେଲପଡା | 3779 | 26937 | 30716 | 207 | 30923 |
| 4 | ବଲାଙ୍ଗିର | 2886 | 20709 | 23595 | 144 | 23739 |
| 5 | ବଲାଙ୍ଗିର ମୁନିସିପାଲଟି | 1613 | 13289 | 14902 | 178 | 15080 |
| 6 | ଦେଓଗାଁ | 3086 | 19863 | 22949 | 130 | 23079 |
| 7 | ଗୁଡଭେଳା | 1835 | 10519 | 12354 | 99 | 12453 |
| 8 | ଏନଏସି କଣ୍ଟାବାଞ୍ଜି | 464 | 2998 | 3462 | 45 | 3507 |
| 9 | ଖପ୍ରାଖୋଳ | 3917 | 24688 | 28605 | 176 | 28781 |
| 10 | ଲୋଇସିଂହ। | 2867 | 20233 | 23100 | 125 | 23225 |
| 11 | ମୁରିବାହଲ | 4328 | 25094 | 29422 | 175 | 29597 |
| 12 | ପାଟଣାଗଡ | 4533 | 29653 | 34186 | 248 | 34434 |
| 13 | ଏନଏସି ପାଟଣାଗଡ | 442 | 2690 | 3132 | 41 | 3173 |
| 14 | ପୁଇନ୍ତଳା | 2808 | 22365 | 25173 | 132 | 25305 |
| 15 | ସଇଁତଳା | 3385 | 23859 | 27244 | 149 | 27393 |
| 16 | ଟିଟିଲାଗଡ | 4718 | 24739 | 29457 | 171 | 29628 |
| 17 | ଟିଟିଲାଗଡ ମୁନିସିପାଲଟି | 461 | 4371 | 4832 | 61 | 4893 |
| 18 | ତୁରେକେଲ। | 3872 | 19124 | 22996 | 162 | 23158 |
| 19 | ଏନଏସି ତୁସୁରା | 390 | 1605 | 1995 | 0 | 1995 |
| ସମୁଦାୟ | 52813 | 338733 | 391546 | 2513 | 394059 |
ଉଚିତ ଦର ଦୋକାନ
ଜିଲ୍ଲା ର ସମସ୍ତ ସାଧାରଣ ବିତରଣ ବ୍ୟବସ୍ଥାର ଖୁଚୂରା ଉଚିତ ଦର ଦୋକାନ ଗୁଡିକ ସରକାରଙ୍କ ୱେବସାଇଟ www.foododisha.in ରେ ପଞ୍ଜୀକୃତ ହୋଇଛନ୍ତି । ଏହି ୱେବସାଇଟ ମାଧ୍ୟମ ରେ ସମସ୍ତ ବିତରଣ ବ୍ୟବସ୍ଥା ର ନେଣଦେଣ ପ୍ରତ୍ଯେହ ଲିପିବଦ୍ଧ କରାଯାଏ । ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳ ରେଥିବା ସାଧାରଣ ବିତରଣ ବ୍ୟବସ୍ଥାର ଖୁଚୂରା ଉଚିତ ଦର ଦୋକାନ ଗୁଡିକ ର ବିବରଣୀ :
| କ୍ରମିକ ନଂ | ଉପଖଣ୍ଡ ର ନାମ | ଗ୍ରାମ ପଞ୍ଚାୟତ ସ୍ତର | ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ | ବେସରକାରୀ ଓ ଅନନ୍ୟ | Co op | MFPS | ସମୁଦାୟ |
|---|---|---|---|---|---|---|---|
| ୧ | ବଲାଙ୍ଗିର | ୧୧୭ | ୪୦ | ୩୦୮ | ୧ | ୦ | ୪୬୬ |
| ୨ | ପାଟଣାଗଡ | ୬୬ | ୧୫ | ୨୪୧ | ୦ | ୦ | ୩୨୩ |
| ୩ | ଟିଟିଲାଗଡ | ୧୦୧ | ୬୪ | ୨୮୯ | ୦ | ୦ | ୪୬୩ |
| ସମୁଦାୟ | ୨୮୪ | ୧୧୯ | ୮୪୭ | ୧ | ୦ | ୧୨୫୨ |
ବ୍ଲକୱାରି ଭଣ୍ଡାର ଡିପୋ (RRC-cum-DSC)
ଏପ୍ରିଲ ୨୦୧୨ ରୁ ବଲାଙ୍ଗିର ଜିଲ୍ଲା ରେ ବେସରକାରୀ ଭଣ୍ଡାର ଗୁଡିକୁ ବନ୍ଦ କରି ବିଭାଗୀୟ ଭଣ୍ଡାର ଗୃହ ଗୁଡିକ ବ୍ୟବହାର କରାଯାଉଛି , ଜିଲ୍ଲାରେ ୯ ଟି ଚାଉଳ ସଂଗ୍ରହଣ ତଥା ବିଭାଗୀୟ ଭଣ୍ଡାର ଗୃହ ଚଳୁଛି ଯାହାର ତାଲିକା ନିମ୍ନରେ ଦିଆଗଲା ।
| କ୍ରମିକ ନଂ | ବ୍ଲକ/ ପୌରାଞ୍ଚଳ | RRC-cum-DSC | ସ୍ଥାନ | ମାଲିକାନା | କ୍ଷମତା (ମେଟ୍ରିକ ଟନ) |
|---|---|---|---|---|---|
| ୧ | ବଲାଙ୍ଗିର | RRC-cum-DSC | ମାଧିଆପାଲି | CWC | ୧୦୦୦୦ |
| ୨ | ଆଗଲପୁର | ||||
| ୩ | ଲୋଇସିଂହ। | ||||
| ୪ | ବଲାଙ୍ଗିର ମୁନିସିପାଲଟି | ||||
| ୫ | ପୁଇନ୍ତଳା | RRC-cum-DSC | ମଳମୁଣ୍ଡା | OSWC | ୫୦୦୦ |
| ୬ | ଗୁଡଭେଳା | ||||
| ୭ | ଏନଏସି ତୁସୁରା | ||||
| ୮ | ଦେଓଗାଁ | ||||
| ୯ | ଟିଟିଲାଗଡ | RRC-cum-DSC | ଚାର ଭଟ। | OSWC | ୧୦୦୦୦ |
| ୧୦ | ଟିଟିଲାଗଡ ମୁନିସିପାଲଟି | ||||
| ୧୧ | ମୁରିବାହଲ | ||||
| ୧୨ | ସଇଁତଳା | ||||
| ୧୩ | ବଙ୍ଗୋମୁଣ୍ଡା | RRC-cum-DSC | କଣ୍ଟାବାଞ୍ଜି | ବେସରକାରୀ | ୧୦୦୦ |
| ୧୪ | ତୁରେକେଲ। | ||||
| ୧୫ | ଏନଏସି କଣ୍ଟାବାଞ୍ଜି | ||||
| ୧୬ | ଖପ୍ରାଖୋଳ | RRC-cum-DSC | ଯୋଗୀମୁଣ୍ଡା | ବେସରକାରୀ | ୨୦୦୦ |
| ୧୭ | ପାଟଣାଗଡ | ||||
| ୧୮ | ଏନଏସି ପାଟଣାଗଡ | ||||
| ୧୯ | ବେଲପଡା |
ସଫଳତା
ଫେବ୍ରୁୟାରୀ ୨୦୧୩ ରୁ କିଲୋ ପ୍ରତି ୧ ଟଙ୍କା ଦରରେ ବଲାଙ୍ଗିର ଜିଲ୍ଲା ର ଉପଭୋକ୍ତା ମାନଙ୍କୁ ଠିକ ହିସାବରେ ଚାଉଳ ପ୍ରଦାନ କରାଯାଉଛି । ଏହା ଛଡା ଖରିଫ ଋତୁ ରେ ଧାନ ସଂଗ୍ରହଣ ରେ ମଧ୍ୟ ଜିଲ୍ଲା ରାଜ୍ୟ ଦେଇଥିବା ଲକ୍ଷ୍ୟ ହାସଲ କରୁଛି ।
| ଯୋଜନା | ହିତାଧିକାରୀଙ୍କ ସଂଖ୍ୟା | କାର୍ଡ ପ୍ରତି/ଜଣ ପ୍ରତି ମାସିକ ପ୍ରାପ୍ୟ | ଖାଉଟି ମୂଲ୍ୟ |
|---|---|---|---|
| AAY ଚାଉଳ | ୫୨୮୧୩ | କାର୍ଡ ପ୍ରତି ୩୫କେଜି | କିଲୋପ୍ରତି ୧ ଟଙ୍କା |
| PHH ଚାଉଳ | ୩୩୮୭୩୩ | ଜଣ ପ୍ରତି ୫ କେଜି | କିଲୋପ୍ରତି ୧ ଟଙ୍କା |
| ଅର୍ନପୂର୍ଣ। ଚାଉଳ | ୨୫୧୩ | କାର୍ଡ ପ୍ରତି ୧୦ କେଜି | ବିନ। ମୂଲ୍ଯରେ |
| ଏସସି/ଏସଟି ଚାଉଳ | ୭୭୬୪ | ଅନ୍ତେବାସୀ ପ୍ରତି ୧୪.୯୬୧କେଜି | କିଲୋପ୍ରତି ୧ ଟଙ୍କା |
| SSEPD ଚାଉଳ | ୪୩୧ | ଅନ୍ତେବାସୀ ପ୍ରତି ୧୫ କେଜି | କିଲୋପ୍ରତି ୫.୬୫ ଟଙ୍କା |
| W& C. D ଚାଉଳ | ୨୨୦ | ଅନ୍ତେବାସୀ ପ୍ରତି ୮.୫ କେଜି | କିଲୋପ୍ରତି ୫.୬୫ ଟଙ୍କା |
| SME ଚାଉଳ | ୧୩୦୦ | ଅନ୍ତେବାସୀ ପ୍ରତି ୧୫ କେଜି | କିଲୋପ୍ରତି ୧ ଟଙ୍କା |
| କିରୋସିନୀ ତେଲ | ୧୩୩୦୨୦୦ | ଜଣ ପିଛା ୦.୬୪୦ ଲି | ୧୮.୦୪ ରୁ ୧୮.୬୬ |
ଅଭିଯୋଗ
ପ୍ରତ୍ଯେକ ସୋମବାର ଦିନ ଜିଲ୍ଲାପାଳ ବଲାଙ୍ଗିର ଙ୍କ ଅଧ୍ୟକ୍ଷତା ରେ ହେଉଥିବା ଜନ ଅଭିଯୋଗ ସୁଶାଣି ରେ ବିଭାଗର ଭରପ୍ରାପ୍ତ ଅଧିକାରୀ ଗୁଡିକ ଉପସ୍ଥିତ ରହି ଲୋକ ମାନଙ୍କର ଅଭିଯୋଗର ପ୍ରତିକାର କରିଥାନ୍ତି ।
ଖବର ପ୍ରସାରଣ
ସାମ୍ବାଦିକ ସମ୍ମିଳନୀ
ସର୍ବ ସାଧାରଣ ଙ୍କ ଅବଗତି ନିମନ୍ତେ ସାଧାରଣ ବିତରଣ ବ୍ୟବସ୍ଥା ତଥା ଧାନ ସଂଗ୍ରହଣ ବିଷୟରେ ବିଭିନ୍ନ ପତ୍ର ପତ୍ରିକା ମାଧ୍ୟମରେ ବିଭିନ୍ନ ସମୟରେ ସୁଚିତ କରାଯାଉଛି ।
ଜିଲ୍ଲାସ୍ଥରୀୟ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁଡିକୁ ବିଭିନ୍ନ ପତ୍ର ପତ୍ରିକା ମାଧ୍ୟମରେ ସର୍ବ ସାଧାରଣ ଙ୍କ ଅବଗତି କରାଯାଉଛି ।
ଠିକଣା
ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ, ବଲାଙ୍ଗିର
ଜିଲ୍ଲାପାଳଙ୍କ କିଲଟରି ପରିସର
ନି/ପୋଷ୍ଟ – ବଲାଙ୍ଗିର -୭୬୭୦୦୧
ଫୋନ – ୦୬୬୫୨ ୨୩୪୬୭୨
ଇମେଲ-cso-bol[at]nic.in