ଜିଲ୍ଲା ଶିଳ୍ପ କେନ୍ଦ୍ର ବଲାଙ୍ଗିର

ଉଦେଶ୍ୟ/ଲକ୍ଷ

୧୯୭୮ ମସିହାରେ ଜିଲ୍ଲା ଶିଳ୍ପକେନ୍ଦ୍ର ବଲାଙ୍ଗିର ସ୍ଥାପିତ ହୋଇଅଛି । ଏହାର ମୁଖ୍ୟ ଉଦେଶ୍ୟ ବଲାଙ୍ଗିର ଜିଲ୍ଲା ର ଜନ ସାଧାରଣଙ୍କୁ ଏବଂ ଶିଳ୍ପଦ୍ୟୋଗୀ ମାନଙ୍କୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବୈଷୟିକ ସହାୟତା ଯୋଗାଇ ଦେବା ଯଥା – ପ୍ରକଳ୍ପ ବିବରଣୀ ପ୍ରସ୍ତୁତି, ଶିଳ୍ପଜାତ ଦ୍ରବ୍ୟର କିଣାବିକା କରାଇବା ନିମନ୍ତେ ସୁଯୋଗ ସାହାୟତା ପ୍ରଦାନ କରାଇବା, ଶିଳ୍ପ ପ୍ରତିଷ୍ଠାନ ନିମନ୍ତେ ସରକାରୀ ଜମି ଯୋଗାଇଦେବା , ବ୍ୟାଙ୍କରୁ ଋଣ ଅର୍ଥ ସହାୟତା ଯୋଗାଇଦେବା, ଶିଳ୍ପଦ୍ୟୋଗୀ ମାନଙ୍କୁ ତାଲିମ ପ୍ରଦାନ କରାଇବାଏବଂ ଅନ୍ୟାନ୍ୟ ଆବଶ୍ୟକ ପଡୁଥିବା ଜ୍ଞାନ କୌଶଳ ଯୋଗାଇଦେବା ନିମନ୍ତେ କାର୍ଯ୍ୟକରି ଅସୁଅଛି ।

ଜିଲ୍ଲା ଶିଳ୍ପ କେନ୍ଦ୍ରର ଭୁମିକା

  • ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସଫଳ ଶିଳ୍ପଦ୍ୟୋଗୀ ଏବଂ ସଫଳ ପ୍ରକଳ୍ପ ଚୟନ କରିବା ।
  • ସଫଳ ଶିଳ୍ପ ନିମନ୍ତେ ଆଚଂଳିକ ଚାହିଦା ଅନୁଯାୟୀ ସର୍ବେକ୍ଷଣ, ତଥା ଉପଯୁକ୍ତ ଶିଳ୍ପ ପ୍ରତିଷ୍ଠା କରାଇ ତାହାର ନବିକରଣ କରାଇବା ।
  • ଶିଳ୍ପଦ୍ୟୋଗୀ ମାନଙ୍କୁ ଇ.ଆଇ.ଏନ, ପ୍ରଦାନ କରାଇବା, ଉପଯୁକ୍ତ ଭିତିକ ପ୍ରମାଣ ପତ୍ର ଯୋଗାଇ ଦେବା,ଏବଂ ଉଦ୍ୟୋଗ ଆଧାର ପ୍ରଦାନ କରାଇବା ।
  • ଉପଯୁକ୍ତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରି ପ୍ରଦାନ କରାଇବା ।
  • ବୈଷୟିକ ପରାମର୍ଶ କେନ୍ଦ୍ରକୁ ସଶକ୍ତି କରଣ କରି ଶିଳ୍ପଦ୍ୟୋଗୀ ମାନଙ୍କର ସମାସ୍ୟା ସମାଧାନ କରାଇବା ।
  • କ୍ଷୁଦ୍ର ଶିଳ୍ପ ବିଭାଗର ସମୟାନୁଯାୟୀ ବିଭିନ୍ନ ପ୍ରକାର ତଥ୍ୟ ଅପ୍ଡେଟ କରିବା
  • ଶିଳ୍ପଦ୍ୟୋଗୀ ମାନଙ୍କୁ ଆର୍ଥିକ ଋଣ ସହାୟତା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ବ୍ୟାଙ୍କକୁ ଋଣ ଦରଖାସ୍ତ ମାନ ପ୍ରେରଣ କରାଇବା ।
  • ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସରକାରୀ ଜମି ଏବଂ ସିଙ୍ଗିଲ ଉଇଣ୍ଡୋ ମାଧ୍ୟ୍ୟମରେ ପ୍ରଦାନ କରାଇବା ।
  • ଶିଳ୍ପଦ୍ୟୋଗୀ ମାନଙ୍କୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବିଦ୍ୟୁତ ତ୍ସଂଯୋଗିକରଣ ସୁପାରିଶ କରିବା ।
  • ଶିଳ୍ପଦ୍ୟୋଗୀ ମାନଙ୍କୁ ତାଲିମ ପ୍ରଦାନ ବ୍ୟବସ୍ଥା କରାଇବା ।
  • ଶିଳ୍ପଦ୍ୟୋଗୀ ମାନଙ୍କର ଅଧିକ ଜ୍ଞ୍ୟାନ କୌଶଳ ଆହରଣ ନିମନ୍ତେ ବିଭିନ୍ନ ପ୍ରକାର ଶିଳ୍ପ ପ୍ରଦର୍ଶନି, ଶିଳ୍ପମେଳା ମାନ ଆୟୋଜନ କରାଇବା ଏବଂ ରାଜ୍ୟରେ ଓ ରାଜ୍ୟ ବାହାରେ ହେଉଥିବା ବୃହତ ଶିଳ୍ପ ପରିଦର୍ଶନ ରେ ଭାଗ ନେବା ପାଇଁ ପ୍ରୋତ୍ସାହିତ କରାଇବା ।
  • ଶିଳ୍ପ ସହାୟତା କେନ୍ଦ୍ର ମାଧ୍ୟ୍ୟମରେ ଶିଳ୍ପଦ୍ୟୋଗୀ ମାନଙ୍କର ସମାସ୍ୟା ସମାଧାନ କରାଇବା ।
  • ବିଭିନ୍ନ ଶିଳ୍ପ ସଂସ୍ଥା ମାନଙ୍କର ଅବସ୍ଥିତି ସମ୍ବନ୍ଧରେ ବୁଝିବା ।
  • ସରକାରଙ୍କର ବିଭିନ୍ନ ପ୍ରୋସ୍ସାହନ ଯୋଜନାରେ ଶିଳ୍ପ ସଂସ୍ଥା ମାନଙ୍କୁ ଅନ୍ତର୍ଭୁକ୍ତ କରାଇବା ।
  • ପ୍ରଧାନ ମନ୍ତ୍ରୀ ସୃଜନ ଯୋଜନା କର୍ଯ୍ୟକାରୀ କରାଇବା ।
  • ପୁରୁଣା ଶିଳ୍ପ ସଂସ୍ଥା ମାନଙ୍କୁ ନବିକରଣ କରାଇବା ।
  • ବ୍ୟାଙ୍କର ଅନଦାୟ ଋଣ ଆଦାୟ ନିମନ୍ତେ ଋଣ ମେଳା କରିବା , ସାର୍ଟିଫିକେଟ କେସ୍କରି ଋଣ ଆଦାୟ କରିବାରେ ବ୍ୟାଙ୍କ ମାନଙ୍କୁ ସହାୟତା କରାଇବା ।

ସାଙ୍ଗଠନିକ ଗଠନ ପ୍ରଣାଳୀ

ଜିଲ୍ଲା ଶିଳ୍ପ କେନ୍ଦ୍ର ବଲାଙ୍ଗିରରେ ଜଣେ ,ସାଧାରଣ ପରିଚାଳକ ଯିଏ କି ଜଣେ (ବରିଷ୍ଠ ପ୍ରଥମ ଶ୍ରେଣୀ) ଅଧିକାରୀ ଅବସ୍ଥାପିତ କରାଯାଇଥାଏ ।

  • ତାଙ୍କ ଅଧିନରେ ଜଣେ ହସ୍ତ ଓ କୁଟୀର ଶିଳ୍ପ ଅଧିକାରୀ (କନିଷ୍ଠ ପ୍ରଥମ ଶ୍ରେଣୀ )
  • ସହକାରୀ ପରିଚାଳକ (ଦ୍ୱୀତିୟ ଶ୍ରେଣୀ) ଓ
  • ଶିଳ୍ପ ବିକାଶ ଅଧିକାରୀ ( ତୃତିୟ ଶ୍ରେଣୀ) ବିଭିନ୍ନ ବ୍ଲକ ସ୍ତର ରେ ନିୟୋଜିତ ଅଛନ୍ତି । ଏମାନଙ୍କୁ ବ୍ଲକ ସ୍ତରରେ କ୍ଷୁଦ୍ର ଶିଳ୍ପ, ହସ୍ତ ଓ କୁଟୀର ଶିଳ୍ପ ଇତ୍ୟାଦିର ସଫଳ ରୁପାୟନ କରିବା ନିମନ୍ତେ ମୁତୟନ କରାଯାଇ ଅଛି ।
  • ଜିଲ୍ଲା ସ୍ତରରେ ଜଣେ ଶିଳ୍ପ ପର୍ଯ୍ୟବେକ୍ଷକ(୧)ଜଣ ।
  • ଶିଳ୍ପ ସଂପ୍ରସାରଣ ଅଧିକାରୀ (୧) ଜଣ ।
  • ଓଡିଶା ଖଦୀ ଓ ଗ୍ରାମ ଉଦ୍ଯୋଗ ବୋର୍ଡର ପର୍ଯ୍ୟବେକ୍ଷକ (୧) ଜଣ କାର୍ଯ୍ୟ କରିଥାନ୍ତି ।
  • ସହକାରୀ ପରିଚାଳକ
  • ଜଣେ ହିସାବ ରକ୍ଷକ
  • ବରିଷ୍ଠ ଷ୍ଟେନୋଗ୍ରାଫର ୧ ଜଣ
  • ବରିଷ୍ଠ କିରାଣୀ ୨ ଜଣ
  • କନିଷ୍ଠ ଷ୍ଟେନୋଗ୍ରାଫର ୧ ଜଣ
  • କନିଷ୍ଠ କିରାଣୀ ୨ ଜଣ
  • ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ୧୫ ଜଣ ।

ଅଣୁ ,କ୍ଷୁଦ୍ର ,ମଧ୍ୟମ ଶିଳ୍ପ ଯୋଜନା

ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ବିଭାଗ ମାଧ୍ୟମରେ ଜିଲ୍ଲାରେ ବିଭିନ୍ନ ଯୋଜନାର ବିକାଶ ନିମନ୍ତେ କର୍ଯ୍ୟ କରୁଅଛି । ଓଡିଶା ସରକାରଙ୍କର ଆଇ.ପି.ଆର-୨୦୧୫ ଅନୁଯାୟି ଜିଲ୍ଲାରେ ଶିଳ୍ପର ବିକାଶ ନିମନ୍ତେ ଅନେକ ସୁବିଧା ସୁଯୋଗ ସୃଷ୍ଟି କରାଯାଉଅଛି ।

  • ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ କ୍ଷୁଦ୍ର ଶିଳ୍ପସଂଖ୍ୟା – ୧୧୫୧
  • ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ବୃହତ /ମଧ୍ୟମ ଶିଳ୍ପ ସଂଖ୍ୟା – ୬

ପ୍ରଧାନ ମନ୍ତ୍ରୀ ରୋଜଗାର ସୃଜନ ଯୋଜନା(ଯୋଗ୍ୟତା)-

  • ବୟଷ ସିମା-୧୮ ବର୍ଷରୁଉର୍ଦ୍ଧ ।
  • କୌଣସି ଆୟର ସିମା ନାହିଁ ।
  • ପ୍ରକଳ୍ପ ମୂଲ୍ୟ –ସେବା ଭିତିକ ପ୍ରକଳ୍ପ ସର୍ବାଧିକ ଟ୧୦,୦୦୦୦୦/- ଏବଂ ବାଣିଜ୍ୟ ଭିତିକ ପ୍ରକଳ୍ପ ସର୍ବାଧିକ ଟ୨୫,୦.୦୦୦/-
  • ଶିକ୍ଷାଗତ ଯୋଗ୍ୟତା-(ପ୍ରକଳ୍ପମୂଲ୍ୟ ଟ୧୦,୦.୦୦୦/-ରୁ ତଦୁର୍ଦ୍ଧ ବାଣିଜ୍ୟ ଭିତିକ ଶିଳ୍ପ ଏବଂ ପ୍ରକଳ୍ପ ମୂଲ୍ୟ ଟ୫,୦୦.୦୦୦/-ରୁ ତଦୁର୍ଦ୍ଧ ସେବା ଭିତିକ ଶିଳ୍ପ ) ଅନ୍ୟୁନ ଅଷ୍ଟମ ପାସ୍ ।
  • ନୂତନ ପ୍ରକଳ୍ପ ପ୍ରତିଷ୍ଠାନ ନିମନ୍ତେ ପ୍ରଯୁଜ୍ୟ ।
  • ସ୍ୱୟଁ ସହାୟକ ଦଳ ଯେଉଁମାନେ ଋଣ ଆଗରୁ ନେଇ ନ ଥିବେ ସେମାନେ ଆବେଦନ କରିପାରିବେ
  • ସମବାୟ ସଂସ୍ଥା ଯାହା ୧୮୬୦ ଧାରା ଅନୁଯାୟି ପଞ୍ଜୀକୃତ ହୋଇଥିବ ।
  • ଦାତବ୍ୟ ଅନୁଷ୍ଠାନ ।
  • ପୂର୍ବରୁ ସ୍ଥାପିତ କୌଣସି ଶିଳ୍ପ ସରକାରୀଙ୍କ ସବସିଡ ପାଇଥିଲେ ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେବେ ନାହିଁ ।
  • ଉକ୍ତ ଯୋଜନାରେ ଗ୍ରାମାଚଂଳର ସାଧାରଣ ବର୍ଗର ପୁରୁଷ ମାନଙ୍କ ନିମନ୍ତେ ଶତକଡା ୨୫% ଛାଡ । ଏହା ବ୍ୟତିତ ସମସ୍ତ ମହିଳା ଓ ଅନ୍ୟାନ୍ୟ ପଛୁଆ ବର୍ଗ ର ହିତାଧିକାରୀ ମାନଙ୍କ ପାଇଁ ଶତକଡା ୩୫% ଛାଡ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇ ଅଛି ।
  • ସହରାଚଂଳର ସାଧାରଣ ପୁରୁଷ ବର୍ଗଙ୍କ ପାଇଁ ଶତକଡା ୧୫% ଏବଂ ମହିଳା ତଥା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ନିମନ୍ତେ ଶତକଡା ୨୫% ଛାଡର ବ୍ୟବସ୍ଥା କରାଯାଇଅଛି ।
  • ଗୋଟିଏ ପରିବାରରୁ ଜଣେ ମାତ୍ର ହିତାଧିକାରୀ ଉକ୍ତ ଯୋଜକନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।
  • ବିଗତ ୧୬-୧୭ ଆର୍ଥିକ ବର୍ଷଠାରୁ ଉକ୍ତ ଯୋଜନା ଅନ ଲାଇନ ରେ ଉପଲବ୍ଧ ଅଛି । ଏହାର ୱେବ୍ସାଇଟ www.kvic.gov.in

ବଲାଙ୍ଗିର ଜିଲ୍ଲାରେ କାର୍ଯକ୍ଷମ ଥିବାବିଭିନ୍ନ ପ୍ରକଳ୍ପର ତାଲିକା

ବଲାଙ୍ଗିର ଜିଲ୍ଲାରେ କାର୍ଯକ୍ଷମ ଥିବା ବିଭିନ୍ନ ପ୍ରକଳ୍ପରତାଲିକା
କ୍ରମିକ ସଂଖ୍ୟାଶିଳ୍ପ ର ବିଭାଗଏକକ ର ସଂଖ୍ୟା
ଏଲୁମିନିୟମ ବାସନ
ସ୍ବାଚାଲିତ ବେକିରି ୟୁନିଟ୍୧୨
ସ୍ବାଚାଲିତ ଚାଉଲ ମିଲ୍୬୫
ସ୍ବଚାଲିତ ଅପ୍ ସାଇଟ୍ ପ୍ରିଣ୍ବିଙ୍ଗ
ଆୟୁର୍ବେଦିକ ଔଷଧ
ଶିତ ଗୃହ
କୁଲର୨୦
ମକାର କ୍ଷୁଦ୍ର ଖଣ୍ଡ ସମୁହ
କପା ଜିନିଙ୍ଗ ମିଲ୍୧୧
୧୦ନିର୍ମଲକାରକ ପାଉଡର ଓ କେକ୍
୧୧ଡିଜିଟାଲ କଲର ଲେବ୍
୧୨ଇଂଜିନିୟରିଙ୍ଗ କାରଖାନା୨୦
୧୩ବେନର ପ୍ରିଣ୍ଟିଙ୍ଗ
୧୪ଅଟା ମିଲ୍
୧୫ଫ୍ଲାଏ ଆଶ ଇଟା୩୦
୧୬ରତ୍ନ କାଟିବା ଓ ପାଲିସ୍ କରିବା
୧୭ଗ୍ରାନାଇଟ୍ କାଟିବା ଓ ପାଲିସ୍ କରିବା୧୧
୧୮ଗ୍ରାଫାଇଟ୍ କୃଷିବଲ
୧୯ଗ୍ରାଫାଇଟ୍ ଲାଭକାରି ସ୍ବଯନ୍ତ୍ର୧୨
୨୦ଗୁଡାଖୁ କାରଖାନା
୨୧ହସ୍ତତନ୍ତ ବୁଣିବା କାରଖାନା
୨୨ଗରମ ମିଶ୍ରଣ ସ୍ବଯନ୍ତ୍ର
୨୩ହୋଟେଲ ଓ ଲଜ୍୧୬
୨୪ଚମଡା ଚପଲ
୨୫ନୂତନ ତେଲ ମିଲ୍
୨୬ତେଲ ମିଲ୍
୨୭ପୁଟିଳି ପିଇବା ପାଣି
୨୮ଔଷଧ ବିତରଣ ବିଭାଗ
୨୯ଫିନାଇଲ୍
୩୦ପତ୍ର କପ୍ ଓ ସ୍ବଯନ୍ତ୍ର ଏମ୍ଏଫ୍ ଜି ପେପର ପ୍ଲେଟ୧୨
୩୧ପ୍ଲାଷ୍ଟିକ ଗ୍ଲାସ
୩୨ପରିଷ୍କୃତ ବସ୍ତ୍ରାଳୟ
୩୩ଉପରିକର ଚାଉଲ୧୨
୩୪ଷ୍ଟିଲ ସାମଗ୍ରି ସହିତ ଗରମ କୋଠରି
୩୫ପଥର କ୍ରସର୧୫
୩୬ଘାସ ଉନ୍ ରୁ ତୁଆରି ଦରି
୩୭ଥର୍ମେ ଥଣ୍ଡା ଚାଦର
୩୮ଟ୍ରାନ୍ସଫରମର ଲଗାଇବା ଏବଂ ମରାମତି କରିବା
୩୯ଟାୟରା ପୁନରାଚ୍ଛାଦନ୧୦
୪୦ସିମେଇ

ଯୋଜନାର ସଫଳ ରୁପାୟନ ନିମନ୍ତେ ଜିଲ୍ଲାସ୍ତରରେ ନିମ୍ନଲିଖିତ ପଦେକ୍ଷପ ମାନ ଗ୍ରହଣ କରାଯାଇ ଅଛି ଯଥା-

  • ନୂତନ ଶିଳ୍ପ ପୁଞ୍ଜ ଚିହ୍ନଟକରିବା ।
  • I.S.I I NSIC ଶାଖା ।
  • MSME (DI)/NSIC/SIDBI ମାଧ୍ୟମରେ ବୈଷୟୀକ ଉନ୍ନତି କରଣ ।
  • MSME ଯୋଜନାକୁ ଆର୍ଥିକ ଅନୁଦାନ ବଢାଇ ସୁଦୃଢ କରିବା ।
  • ଶିଳ୍ପଦ୍ୟୋଗୀ ମାନଙ୍କ ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଯୋଗସୁତ୍ର ରକ୍ଷା କରିବା ।
  • ନିୟମିତ ସିଙ୍ଗିଲ ଉଇଣ୍ଡୋ ଯୋଜନାକୁ କାର୍ଯ୍ୟକାରି କରିବା ।
  • ଜିଲ୍ଲା ଶିଳ୍ପକେନ୍ଦ୍ର ସ୍ତରରେ ଡାଟାବେସ୍ ପ୍ରସ୍ତୁତ କରାଇବା ।
  • ବିଭିନ୍ନ ମହାବିଦ୍ୟାଳୟ , ଶିଳ୍ପତାଲିମ କେନ୍ଦ୍ର , ତଥା ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିଳ୍ପ ସମ୍ବଦ୍ଧିୟ ସେମିନାର ଆୟୋଜନ କରାଇବା ।
  • Ancillary I Down ଶିଳ୍ପରବିକାଶକରାଇବା ।
  • ଭେଣ୍ଡର ଡେଭଲପମେଂଟ ଯୋଜନା ।
  • ଶିଳ୍ପ ସଚେତନତା ଶିବିର ।
  • ଜିଲ୍ଲା ଶିଳ୍ପକେନ୍ଦ୍ରର ଭିତିଭୁମିବଢାଇବା ।
  • ଶିଳ୍ପଦ୍ୟୋଗୀ ମାନଙ୍କୁ ଅନଲାଇନ ମାଧ୍ୟମରେ ଇ ଆଇ.ଏନ ଉତ୍ପାଦନ ପ୍ରମାଣ ପତ୍ର (Production Certificate) ପ୍ରଦାନ କରିବା ।
  • ପି.ଏମ୍.ଇ.ଜି.ପି ଯୋଜନାର କର୍ମଶାଳା ଓ ସଚେତନ ଶିବିର କରାଇବା ।
  • ପଂଚାୟତ ସମିତିସ୍ତରରେ ଇ.ଡ.ପି.ଯୋଜନା କାର୍ଯ୍ୟକାରୀ କରାଇବା ।
  • ଜିଲ୍ଲାରେ ଶିଳ୍ପଦ୍ୟୋଗୀ ସପ୍ତାହ ପାଳନ କରିବା ।
  • ଅନ୍ ଲାଇନ୍ ମାଧ୍ୟମରେ ଶିଳ୍ପଦ୍ୟୋଗୀ ମାନଙ୍କୁ ବିଭନ୍ନ ପ୍ରୋତ୍ସାହନ ଯୋଗାଇଦେବା ।

ଜିଲ୍ଲା ର ସର୍ବୋଚ୍ଚ ଅଧିକାରୀ

ସାଧାରଣ ସଞ୍ଚାଳକ ( ଜେନରେଲ ମେନେଜର )
ଜିଲ୍ଲା ଶିଳ୍ପ କେନ୍ଦ୍ର , ବଲାଙ୍ଗିର
ଫୋନ ନଂ – ୦୬୬୫୨-୨୩୩୩୦୨

ଅଭିଯୋଗ

ପ୍ରତ୍ୟେକ ସୋମବାର , ସକାଳ ଘ ୧୦:୩୦ ମି
ଫୋନ ନଂ – ୦୬୬୫୨-୨୩୩୩୦୨

କାର୍ଯ୍ୟ।ଳୟ ଠିକଣା

ସାଧାରଣ ସଞ୍ଚାଳକଙ୍କ କାର୍ଯ୍ୟ।ଳୟ
ସିଭିଲ କୋର୍ଟ ପାଖ , ବଲାଙ୍ଗିର
ପୋ/ଜି.- ବଲାଙ୍ଗିର
ଫୋନ ନଂ – ୦୬୬୫୨-୨୩୩୩୦୨
ଇମେଲ – dicblg[at]nic.in