ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ସଂସ୍ଥାପନା ବିଭାଗ

ଶାସକୀୟ ସଂସ୍ଥାପନାର / ରକ୍ଷାଣାବେକ୍ଷଣ ବାହାଲ ଏବଂ ସମାୟୋଜନ କରିବା । ଆବଶ୍ୟକ ସ୍ଥଳେ ଯୋଗ୍ୟ ପ୍ରର୍ଥୀଙ୍କର ନିଯୁକ୍ତ ଓ ଚୟନ । ନ୍ୟାୟିକ କାର୍ଯ୍ୟାନୁଷ୍ଠାନ (ଅର୍ଦ୍ଧନ୍ୟାୟିକ ଏବଂ ପ୍ରଶାସନର ହିତନିମନ୍ତେ ) । ସମସ୍ତ ପ୍ରକାର ବ୍ୟକ୍ତିଗତ ଆର୍ଥିକ କାର୍ଯ୍ୟକଳାପ ଏବଂ କର୍ମଚାରୀମାନଙ୍କ ଦରମା ଓ ଭତ୍ତା ।

ନିଜାରତ ବିଭାଗ

ଜିଲ୍ଲା କାର୍ଯ୍ୟାଳୟରେ ସୁରୁଖୁରୁରେ ଆର୍ଥିକ ଦେଣନେଣ । ପ୍ରଦକ୍ଷଣ ଗୃହର ଉପଯୁକ୍ତ ରକ୍ଷଣାବେକ୍ଷଣା । ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷ ତଥା ରାଜ୍ୟ ଆତିଥି ମାନଙ୍କର ରହଣୀ ବ୍ୟବସ୍ଥା । କାର୍ଯ୍ୟାଳୟ ସାମଗ୍ରୀର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ । ବିବିଧ ପ୍ରାରୁପର ବିକ୍ରୟ, ଉଣ୍ଡାରଣ ତଥା ଗ୍ରମ ନକ୍ସାର ବିକ୍ରୀ ।

ସାଧାରଣ ଓ ବିବିଧ ବିଭାଗ

ଜିଲ୍ଲାପାଳଙ୍କୁ ଜିଲ୍ଲା ପ୍ରଶାସନରେ ସହାୟତା କରିବା । ସାଧାରଣ ଓ ବିବିଧ ବିଭାଗର କାର୍ଯ୍ୟାବଳୀ। ପ୍ରତି ସୋମବାର ଜିଲ୍ଲା କାର୍ଯ୍ୟାଳୟରେ ଓ ବିଭିନ୍ନ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଏବଂ ଜନଅଭିଯୋଗର ଶୁଣାଣୀ କରିବା । ରାଜ୍ୟର ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କର ପରିଦର୍ଶନରେ ସହଯୋଗ କରିବା । ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଉଚ୍ଚ କାର୍ଯ୍ୟାଳୟରୁ ଅଗ୍ରସାରିତ ହୋଇଥିବା ଅଭିଯୋଗ ଗୁଡିକରେ କାର୍ଯ୍ୟାନୁଷ୍ଠାନ କରିବା । ଆହାର ଯୋଜନାର କ୍ରିୟାନ୍ୱୟନରେ ସହଯୋଗ କରିବା । ଜାତୀୟ ଜନଗଣନା କାର୍ଯ୍ୟକ୍ରମର ପରିଚାଳନା କରିବା । ଆଧାର ପଞ୍ଜିକରଣ ଏବଂ ତତ୍ ସମ୍ୱନ୍ଧୀୟ କାର୍ଯ୍ୟକ୍ରମର ନୀରିକ୍ଷଣ ଓ ସୁପରିଚାଳନ । ସୂଚନା ଅଧିକାର ଆଇନ୍ ଅଧିନସ୍ଥ ସମସ୍ତ ଦସ୍ତାବେଜର ପରଚାଳନା । ପୌରାଞ୍ଚଳ ନିର୍ବାଚନର ପରିଚାଳନା କରିବା । ବିଭିନ୍ନ ପ୍ରକାର ଦସ୍ତାବେଜ, ବିବରଣୀ, ସମାଚାର ପତ୍ରିକାର ପ୍ରକାଶନ । ବିବିଧ ସମିତିର ପଞ୍ଜିକରଣ କରିବା । ଏବଂ ଅନ୍ୟ ଯେକୌଣସି କାର୍ଯ୍ୟ ଯାହା ଅନ୍ୟ କୌଣସି ବିଭାଗକୁ ଆବଣ୍ଟିତ ହୋଇନାହିଁ ।

ଜିଲ୍ଲା ତଉଜି ବିଭାଗ

ଜିଲ୍ଲା କାର୍ଯ୍ୟାଳୟର ଏହି ଶାଖା ତହସିଲଦାର ମାନଙ୍କର କାର୍ଯ୍ୟକଳାପକୁ ନୀରିକ୍ଷଣ କରିବା ସହ ରାଜସ୍ୱ ଆଦାୟର ଗତିବିଧିକୁ ନିଷ୍ପାଦାନ କରିଥାଏ ।

ସୀମା ପରିବର୍ତ୍ତନ କାର୍ଯ୍ୟବିଧି ପ୍ରକୋଷ୍ଠ (BCP Cell)

ରାଜସ୍ୱ ପାର୍ଷଦ ଆଦେଶ କ୍ରମାଙ୍କ ୪୭୨୩/LR&S ଦିନାଙ୍କ ୧୨/୦୫/୧୯୯୭ ଅନୁସାରେ ସୀମା ପୁନଃନିଦ୍ଧାରଣ ପ୍ରକ୍ରିୟାର କାର୍ଯ୍ୟବିଧି ଆରମ୍ଭ ହୋଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ରାଜସ୍ୱ ଗ୍ରାମ ଗୁଡିକ ଜନବସତି ଠାରୁ ଅଲଗା କରିବା, ଏବଂ ରାଜସ୍ୱ ବିଭାଗ ଚିଠି ସଂଖ୍ୟା ୩୯୧୧୪/R ଦିନାଙ୍କ ୦୧/୦୯/୧୯୯୪ ତଥା ରାଜସ୍ୱ ପାର୍ଷଦ, କଟକଙ୍କ ନିର୍ଦ୍ଦେଶିକା କ୍ରମାଙ୍କ ୧୫୭୦୬/ LR&S ଦିନାଙ୍କ ୧୬/୧୨/୧୯୯୪ ଅନୁଯାୟୀ ରାଜସ୍ୱ ପରିଚାଳନା କରିବା ।

ଜିଲ୍ଲା ମାହାଫିସଖାନା ରେକର୍ଡ ରୁମ

ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବନ୍ଦୋବସ୍ତ ପ୍ରକିୟା ସମୟରେ କରାଯାଏ, ଏବଂ ଏହା ସଂପୁର୍ଣ୍ଣ ହୋବାପରେ ଏହାର ସମସ୍ତ ଦସ୍ତାବେଜ ଓ ନଥିପତ୍ର ଏକ ସ୍ୱତନ୍ତ୍ର ବିଭାଗରେ ସଂରକ୍ଷିତ ରଖାଯାଏ ।

ଜରୁରୀ କାଳୀନ ବିଭାଗ

କାର୍ଯ୍ୟାଳୟର ସାଂଗଠନିକ ଦୃଷ୍ଟିରୁ ଏବଂ ପ୍ରଶାସନିକ କାର୍ଯ୍ୟଧରା ପରିପ୍ରେକ୍ଷୀରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଶାଖା ଅଟେ । ଏହି ଶାଖାର ଜିଲ୍ଲାର ନିତିଦିନିଆ ଅବସ୍ଥା ଯଥା- ବର୍ଷାର ମାତ୍ରା, ପରିମାଣ ଇତ୍ୟାଦିର ହିସାବ ପ୍ରଦାନ କରିଥାଏ । ଏତଦ୍ ଭିନ୍ନ ରେଡକ୍ରସ ତଥା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ବିଭିନ୍ନ ପ୍ରକାର ସହାୟତା ମଧ୍ୟ ଏହି ଶାଖାରେ ପ୍ରଦାନ କରାଯାଇଥାଏ । ବିଭିନ୍ନ ପ୍ରକାର ଅନୁକମ୍ପାମୂଳକ ସହାୟତା ଯଥା- ପାଣିରେ ବୁଡ଼ିବା ଜନିତ, ଦୁର୍ଘଟଣା, ସାପ କାମୁଡ଼ାତ, ବାତ୍ୟା, ବନ୍ୟା ମରୁଡ଼ି, ଭୂ-କମ୍ପ ସୁନାମୀ, ଡ଼ଙ୍ଗାବୁଡି ଅତ୍ୟାଦି ମଧ୍ୟ ଏହି ଶାଖାରେ ସଂପାଦିତ ଏବଂ ପ୍ରଦାନ କରାଯାଇଥାଏ । ରାଜ୍ୟ ସରକାରଙ୍କର ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ର ଜିଲ୍ଲାର ଶାଖା ଏହି ଶାଖାରେ କାର୍ଯ୍ୟ କରିଥାଏ ।
ଏହି ଶାଖା ଜଣେ ସହକାରୀ ଜିଲ୍ଲାପାଳଙ୍କ ଦ୍ବାରା ପରିଚାଳିତ ହୋଇଥାଏ । ଏତଦ୍ ବ୍ୟତୀତ ଏଠାରେ ଜଣେ ବରିଷ୍ଠ କିରାଣୀ, ଜଣେ ମୁ୍ଖ୍ୟ କିରାଣୀ ଏବଂ ଦୁଇଜଣ କନିଷ୍ଠ କିରାଣୀ ମଧ୍ୟ କାର୍ଯ୍ୟ କରୁଛନ୍ତି ।

ବିଚାର ବିଭାଗ

ଶାନ୍ତିଶୃଙ୍ଖଳା ରାକ୍ଷା କରିବା । ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା / ମକଦ୍ଦମା ପରିଚାଳନା ନିମନ୍ତେ ଆଇନ ଆଧିକାରୀ ନିଯୁକ୍ତ କରିବା । ମାରଣାସ୍ତ୍ର/ଆଗ୍ନେୟାସ୍ତ୍ର ଓ ଅସ୍ତ୍ରଶାସ୍ତ୍ରର ସ୍ୱୀକୃତିପତ୍ର ପ୍ରଦାନ କରିବା ।ଚଳଚ୍ଚିତ୍ର / ଅପେରା ପ୍ରଦର୍ଶନ ନିମନ୍ତେ ଅନୁମତିପତ୍ର ପ୍ରଦାନ କରିବା । ସର୍କସ ପ୍ରଦର୍ଶନ ଓ ଡାକବାଜୀ ଯନ୍ତ୍ରର ପ୍ରଚୁର ନିମନ୍ତେ ସ୍ୱୀକୃତି ପ୍ରଦାନ କରିବା ।

ରାଜସ୍ୱ ବିଭାଗ

ଜିଲ୍ଲାର ରାଜସ୍ବ, ଜମି ଜମା ତଥା ତତ୍ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟାବଳୀର ସଂପାଦନା ରାଜସ୍ବ ଶାଖାରେ ସମ୍ପନ୍ନ ହୋଇଥାଏ । ସରକାରଙ୍କଠାରୁ ବିଭିନ୍ନ ସମୟରେ ଆସୁଥିବା ରାଜସ୍ବ ନୀତି, ନିୟମ, ବ୍ୟବସ୍ଥା ସମ୍ପର୍କୀୟ ନିୟମାବଳୀର କାର୍ଯ୍ୟାନୁକରଣ, ରାଜସ୍ବ ବ୍ୟବସ୍ଥା ଅନ୍ତର୍ଗତ ସମସ୍ତ କାର୍ଯ୍ୟାଳୟ ଗୁଡ଼ିକର ସମୀକ୍ଷା, ତଥା ମାସିକ ରାଜସ୍ବ ଅଧିକାରୀ ବୈଠକର ଭାର ଏହି ଶାଖା ଉପରେ ନ୍ୟସ୍ତ ଅଟେ ।

ଏହି ଶାଖାରେ ଜଣେ ସହକାରୀ ଜିଲ୍ଲାପାଳ, ଜଣେ ମୁଖ୍ୟ କିରାଣୀ, ଦୁଇଜଣ ବରିଷ୍ଠ କିରାଣୀ ଏବଂ ଜଣେ କନିଷ୍ଠ କିରାଣୀ ସହ ଜଦଣେ ପିଅନ କାର୍ଯ୍ୟରତ ।